ଛାତ୍ର ଛାତ୍ରୀ ମାନେ ସାବଧାନ ହୁଅନ୍ତୁ

ଭବିଷ୍ୟତରେ ଶିକ୍ଷକ ନିଯୁକ୍ତିକୁ ଆଖି ଆଗରେ ରଖି ଓଡ଼ିଶାର ସରଳ ଛାତ୍ର ଛାତ୍ରୀ ମାନେ ଆନ୍ଧ୍ର ପ୍ରଦେଶର ପ୍ରଖ୍ୟାତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଅଧୀନରେ ନାମଲେଖାଇବାକୁ ଇଛା କରି ଅସାଧୁ ଏଜେଣ୍ଟ ମାନଙ୍କ ଦ୍ୱାରା ଅଳ୍ପ ଅର୍ଥରେ ପ୍ରଲୋଭିତ ହୋଇ ଶେଷରେ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି l

ବର୍ତ୍ତମାନ ଘରେ ଘରେ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତା ନଥିବା ଏଜେଣ୍ଟ ମାନେ ପ୍ରବେଶ କରି ଛାତ୍ର ଛାତ୍ରୀ ମାନଙ୍କ ଠାରୁ ପ୍ରମାଣପାତ୍ର ଓ ଅର୍ଥ ସଂଗ୍ରହ କରୁଛନ୍ତି l ପରବର୍ତ୍ତୀ ସମୟରେ ସେମାନେ କହିଥିବା କଥା ଭୁଲ ବୋଲି ପ୍ରମାଣିତ ହେଉଛି l ଅଣସିକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ନମଲେଖାଇବାରୁ OSSC ରେ ଦରକାର ହେଉଥିବା ନିର୍ଦ୍ଧାରିତ ପ୍ରମାଣ ପତ୍ର ଦାଖଲ କରିବାରେ ବିଫଳ ହେଉଛନ୍ତି। ଫଳରେ ସେମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି l

କିଛି ବିଶ୍ୱବିଦ୍ୟାଳୟ ଅଛି ଠିକସମୟରେ ପରୀକ୍ଷା ପରିଚାଳନା ଓ ପ୍ରମାଣପତ୍ର ପ୍ରଦାନ କରିବାରେ ଅବହେଳା କରୁଅଛନ୍ତି l ତେଣୁ ନାମଲେଖାଇବା ସମୟରେ ଛାତ୍ର ଛାତ୍ରୀ ମାନେ ଏଜେଣ୍ଟ ମାନଙ୍କ ଠାରୁ ସଠିକ ତଥ୍ୟ ଗ୍ରହଣ କରନ୍ତୁ l

ସମସ୍ତଙ୍କ ଅବଗତି ନିମନ୍ତେ ସଠିକ ତଥ୍ୟ ଗୁଡିକ ଜାଣନ୍ତୁl

୧. ନୂତନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସମୟ ଓ ପ୍ରତିଷ୍ଠା ସମୟରେ ମିଳିଥିବା ଅନୁମୋଦନ।
୨. NRC, NCTE Recognized and Renewal date.
୩. ଆନ୍ଧ୍ର ପ୍ରଦେଶର Higher Education ଅଧୀନରେ କଲେଜର ନାମ ଥିବା ଦରକାର l
୪. କଲେଜ Affiliation ଥିବା ଦରକାର
୫. ଓଡିଶା ସରକାରଙ୍କ ସହବନ୍ଧନ ଓ ସ୍ୱୀକୃତି ଥିବାର ପ୍ରମାଣ ଅତ୍ୟନ୍ତ ଆବଶ୍ୟକl